ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ । କୌଣସି କାରଣରୁ ସକାଳ ୯ଟା ୩୦ରେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଗୋଦାମକୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ପୂରା ଅଞ୍ଚଳ ଧୂଆଁମୟ ହୋଇ ଉଠିଥିଲା । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଦୀର୍ଘ ସମୟ ପରେ ନିଆଁ ଆୟତ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।