Odia News Portal

ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ବିଜେଡି । ୨୦୧୮ରେ ଅନସ୍ଥା ବେଳେ ଗୃହତ୍ୟାଗ କରିଥିଲା ବିଜେଡି ।  ତେବେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ରୁ ୧୦ ତାରିଖ ଯାଏ ସଂସଦରେ ଆଲୋଚନା ହେବ । ଆଉ ୧୦ ତାରିଖରେ  ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଠିକ ଏହା ପୂର୍ବରୁ ବିଜେଡି ଅନାସ୍ଥାକୁ ବିରୋଧ କରିବ ବୋଲି ସୂଚନା ଦେଇଛି ।

ସେହିଭଳି  ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗକୁ ବିଜେଡି ସମର୍ଥନ କରିବ । ସଂସଦରେ କେନ୍ଦ୍ର ସରକାର ଆଣିବେ ଅଧ୍ୟାଦେଶ । ଦଳୀୟ ସାଂସଦଙ୍କ ପାଇ ହୁଇପ ଜାରି କଲା ବିଜେଡି ।