Odia News Portal

ସମ୍ପ୍ରସାରିତ ହେବ ଏସସିବିର ୨ ବିଭାଗ

ଭୁବନେଶ୍ୱର() ଏସସିବି ମେଡିକାଲର ଦୁଇଟି ବିଭାଗକୁ ସମ୍ପ୍ରସାରିତ ନେଇ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ ଏସସିବିର ଦୁଇଟି ଚିକିତ୍ସାକେନ୍ଦ୍ରକୁ ସମ୍ପ୍ରସାରଣ କରାଯିବ । କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଶଯ୍ୟା ସଂଖ୍ୟା ୬ ଶହକୁ ବୃଦ୍ଧି କରାଯିବାକୁ ସ୍ଥିରୀକୃତ ହୋଇଥିବା ବେଳେ ଶିଶୁ ଭବନ ୬୦୩କୁ ବୃଦ୍ଧି ପାଇବ ।