Odia News Portal

ଏସ୍‌ସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ‌ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ। ଏଥିପାଇଁ ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବାବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଆସନ୍ତା ୨୯ ତାରିଖରେ ଟେଣ୍ଡର ଖୋଲାଯିବ। ବର୍ତ୍ତମାନ ସମୟରେ ଦୁର୍ଘଟଣା ବା ଅନ୍ୟ କିଛି କାରଣ ପାଇଁ ହାଡ଼ ନଷ୍ଟ ହେଉଥିଲା। ଏପରିକି କୌଣସି ଅସ୍ତ୍ରୋପଚାର ସମୟରେ ହାଡ଼କୁ କାଟି ଫିଙ୍ଗି ଦିଆଯାଉଥିଲା। କିନ୍ତୁ ବୋନ୍‌ ବ୍ୟାଙ୍କ ସ୍ଥାପନ ହେଲେ ହାଡ଼ ନଷ୍ଟ ହେବନି। ଏହାକୁ ସଂରକ୍ଷିତ କରି ରଖାଯାଇପାରିବ। ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିଛନ୍ତି ଯେ, ବୋନ୍ ବ୍ୟାଙ୍କ ବ୍ୟବସ୍ଥା ଓଡ଼ିଶାରେ ଏବେ ଉପଲବ୍ଧ ନାହିଁ। ଖୁବଶୀଘ୍ର ଏସ୍‌ସିବିରେ ବୋନ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି।