Odia News Portal

ସ୍ୱାଧିନତା ଦିବସରେ ମାସ୍କ ବଣ୍ଟନ କଲା ଓଡ଼ିଶା ସ୍କାଉଟ୍ ଆଣ୍ଡ ଗାଇଡସ୍

ଭୁବନେଶ୍ୱର: ଓଡ଼ିଶା ଭାରତ ସ୍କାଉଟ୍ ଆଣ୍ଡ ଗାଇଡସ୍ ସଂସ୍ଥା ତରଫରୁ ସ୍ୱାଧିନତା ଦିବସ ଅବସରରେ ପ୍ରାତଃରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟାଳୟ ପରିବସରରେ ପାତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି ଜାତୀୟ ସଂଗୀତ ଗାନ କରିବା ସଙ୍ଗେ ସଙ୍ଗେ ଦେଶକୁ ସ୍ୱାଧିନତା ଆଣିଦେବାରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟଗାନ କରିଥିଲେ ।

ଆଜିର ଏହି ପବିତ୍ର ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟର କର୍ମକର୍ତ୍ତା, ରାଜ୍ୟ ମୁଖ୍ୟାଳୟ ଓପନ ୟୁନିଟର ରୋଭର ରେଞ୍ଜର, ରାଜା ମଧୁସୂଦନ ଡିଗ୍ରୀ ମହାବିଦ୍ୟାଳୟ, ପଟିଆର ରୋଭର ରେଞ୍ଜରମାନେ ମଞ୍ଚେଶ୍ୱରସ୍ଥିତ ଶିଳ୍ପାଞ୍ଚଳ ବିଦ୍ୟାଳୟ ପାଶ୍ୱର୍ବର୍ତ୍ତୀ ପୁରୁଷୋତ୍ତମପୁର ବସ୍ତିରେ ଏକତ୍ରୀତ ହୋଇ କୋଭିଡ ନିୟମ ଅନୁସାରେ ବସ୍ତିରେ ରହୁଥିବା ସମସ୍ତ ସଦସ୍ୟ ଏବଂ ପିଲାମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । କୋଭିଡ ନିୟମ ମାନି ଆଗକୁ ଚଳିବା ଲାଗି ସମସ୍ତଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ବସ୍ତିରେ ଥିବା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ଏବଂ ପରିଶେଷରେ ବସ୍ତିରେ ଥିବା ପିଲାମାନଙ୍କୁ ସ୍କାଉଟ୍ ଗାଇଡର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ ।