Odia News Portal

‘ଭାରତ ବନ୍ଦ’ର ଆଜି ଦ୍ୱିତୀୟ ଦିନ

କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବେଳେ ବନ୍ଦର ପ୍ରଭାବ ମିଶ୍ର ରହିଥିଲା । ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ହେଲେ ଭାରନ୍ଦ ବନ୍ଦରେ ସାମିଲ ହୋଇନାହିଁ ଉକ୍ରଳ ପେଟ୍ରୋଲିୟମ ସଂଘ । ବନ୍ଦରେ ସାମିଲ୍ ନହୋଇଥିଲେ ବି ଗତକାଲି କିଛି ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରହିଥିବା ବେଳେ କିଛି ଖୋଲା ରହିଥିଲା ।