Odia News Portal

ସ୍ୱର୍ଗତ ଦେବାଶିଷ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ୟୁନିଟ୍-୨ ଆଖଣ୍ଡଳ ମନ୍ଦିର ପରିସରରେ ସ୍ୱର୍ଗତ ଦେବାଶିଷ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ସ୍ୱର୍ଗତ ଦେବାଶିଷ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି ଓ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ଅଖଣ୍ଡଳ ମନ୍ଦିର ପରିଚାଳନାରେ ସାବନ ମିଶ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ପରିବାରବର୍ଗ କହିଛନ୍ତି ଯେ, ଦେବାଶିଷଙ୍କ ଅକାଳ ବିୟୋଗ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଆଜି ଆମ ମଧ୍ୟରେ ନଥିଲେ ମଧ୍ୟ ତାଙ୍କ ସ୍ନେହ, ସ୍ମୃତି ଓ ମଧୁର ବ୍ୟବହାର ସମସ୍ତଙ୍କ ହୃଦୟରେ ସଦା ଜୀବନ୍ତ ରହିବ। ଶ୍ରାଦ୍ଧବାର୍ଷିକୀ ଅବସରରେ ସମସ୍ତେ ସ୍ୱର୍ଗତ ଦେବାଶିଷ ମହାନ୍ତିଙ୍କ ଅମର ଆତ୍ମାର ଚିରଶାନ୍ତି କାମନା କରିଥିଲେ।