Odia News Portal

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁ

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍ ମୃତ୍ୟୁବରଣ କରିଛନ୍ତି । କମଲ ଖାନ୍ ଉତ୍ତରପ୍ରଦେଶରେ ଘଊଞଠର କାର୍ୟ୍ୟକାରୀ ସମ୍ପାଦକ ଭାବେ କାର୍ୟ୍ୟ କରୁଥିଲେ । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଗତ ୩ ଦଶକ ଧରି ସେ ସାମ୍ବାଦିକତା କରି ଆସୁଥିଲେ । ଘଊଞଠରେ ଗତ ୨୨ ବର୍ଷ ଧରି କାର୍ୟ୍ୟ କରୁଥିଲେ କମଲ ଖାନ ।