Odia News Portal

ଭାରତରେ ସିରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟିନିକ୍‌-ଭି ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଲାଗି ରହିଛି ପ୍ରତିଯୋଗିତା । ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ସ୍ପୁଟିନିକ୍‌-ଭି ଟିକା ଭାରତରେ ଉତ୍ପାଦନ କରାଯିବା ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ ଇନଷ୍ଟିଚ୍ୟୁଟ । ବୁଧବାର କମ୍ପାନୀ ଡିସିଜିଆଇକୁ ଉତ୍ପାଦନ ପାଇଁ ଅନୁମତି ମାଗିଥିଲା । ଆଜି ଏହା ଉପରେ ମୋହର ମାରିଛି ଡିସିଜିଆଇ । ସମ୍ପୂର୍ଣ୍ଣ ପରୀକ୍ଷଣ, ଯାଞ୍ଚ ଓ ବିଶ୍ଲେଷଣ ପାଇଁ ସେରମକୁ ସ୍ଫୁଟନିକ ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି ।

କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଥିଲା। ସେରମ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଆମକୁ ପ୍ରାଥମିକ ଅନୁମତି ମିଳିଛି।