ଭୁବନେଶ୍ବର ଏଜି ଛକରେ ରାତି ଅଧରେ ବଡ଼ ଧରଣର ଦୁର୍ଘଟଣା । ଅଟୋ- କାର-ହାଇୱା ପିଟାପିଟି । ଷ୍ଟେସନରୁ ଯାତ୍ରୀ ନେଇ ଯାଉଥିବାବେଳେ ଧକ୍କା ଦେଇଥିଲା ହାଇୱା । ଅଟୋକୁ ପିଟିବା ପରେ ହାଇୱାଟି ଡିଭାଇଡର ଉପରେ ଚଢିଯାଇ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇୱା ଚାଳକକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
