Odia News Portal

କନସଲଟାନ୍ସି ନାରେ ଦେହ ବେପାର

ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି ।

ଭୁବନେଶ୍ବରର ମଞ୍ଚେଶ୍ବର ଥାନା ସତ୍ୟ ବିହାର ଅଞ୍ଚଳରେ ଥିବା ଏକ କନସଲଟାନ୍ସି ନାଁରେ ଚାଲିଥିବା ଦେହ ବ୍ୟବସାୟ । ଚଢାଉ କରି ୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ୍ ପୋଲିସ । ତେବେ ଏହି ସ୍ଥାନରେ କନସଲଟାନ୍ସି ନାଁରେ ଦେହ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ପାଇଥିଲା କମିଶନରେଟ୍ ପୋଲିସ । ଅଭିଯୋଗ ପାଇବା ପରେ ଉକ୍ତ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍ ପୋଲିର ଏକ ଟିମ୍ । ତେବେ ଚଢାଉ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଜଣେ ଦଲାଲକୁ ଗିରଫ କରିଛି ପୋଲିସ । ଅନ୍ୟ ଜଣ ବାଡ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।