ରାଜ୍ୟର ସବୁ ମେଡିକାଲରେ ଦଲାଲି ରୋକିବା ପାଇଁ ରାଜ୍ୟ ସରକାର ସବୁ ମେଡିକାଲ କଲେଜ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ସ୍ୱାସ୍ଥ୍ୟବିଭାଗ ସଚିବ ଶାଲିନୀ ପଣ୍ଡିତ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକରେ ଦଲାଲି ଚାଲିଥିବା ସଂପର୍କରେ ଯେଉଁ ଅଭିଯୋଗ ଆସୁଛି ତାକୁ ବନ୍ଦ କରିବାକୁ ପଡିବ । ଆଉଟଡୋର ହେଉ କିମ୍ବା ଡକ୍ତରଖାନା ଓପିଡିରୁ ଯଦି କୌଣସି ଦଲାଲ ଧରାପଡନ୍ତି ବା ରୋଗୀ ମାନଙ୍କୁ ପ୍ରାଇଭେଟ ନର୍ସିଂ ହୋମ କୁ ନେଉଥାନ୍ତି ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।