ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି ତଥା ବଢୁଥିବା ଉତ୍ତେଜନାର ପ୍ରଭାବ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏପରି ସ୍ଥିତିରେ ଦକ୍ଷିଣ କନ୍ନଡ ଜିଲ୍ଲାର ନ୍ୟୁ ମାଙ୍ଗଲୁର ପୋର୍ଟ (NMPA)ରୁ ଶକ୍ତି ଯୋଗାଣକୁ ନେଇ ବଡ ଖବର ମିଳିିଛି । ଶନିବାର ଏବଂ ରବିବାର ରୁଷରୁ ବିପୁଳ ମାତ୍ରାରେ ଅଶୋଧିତ ତେଲ ଏବଂ ଆମେରିକାରୁ ଏଲପିଜି ନେଇ ଦୁଇଟି ବଡ ଜାହାଜ ସୁରକ୍ଷିତ ଭାବେ ମାଙ୍ଗାଲୁରରେ ପହଞ୍ଚିଛି ।ରୁଷରୁ ଆସୁଛି 96,000 ମେଟ୍ରିକ ଟନ ଅଶୋଧିତ ତେଲଆମେରିକାରୁ ଆସିଲା 16 ହଜାର ମେଟ୍ରିକ ଟନ ରୋଷେଇ ଗ୍ୟାସ ଅଶୋଧିତ ତେଲ ସହ ଏଲପିଜି ଗ୍ୟାସ ସଙ୍କଟରୁ ମଧ୍ୟ ମିଳିବ ଆଶ୍ୱସ୍ତି । କାରଣ ରବିବାର ସକାଳେ ପିକ୍ସିସ ପାୟୋନିୟର ନାମକ ଏକ ମାଲବାହୀ ଜାହାଜ 16 ହଜାର ମେଟ୍ରିକ ଟନ ରନ୍ଧନ ଗ୍ୟାସ ନେଇ ମାଙ୍ଗାଲୁରରେ ପହଞ୍ଚିଛି । ଏହି ଗ୍ୟାସ ମାଙ୍ଗାଲୁରର ଏଜିସ ଗ୍ୟାସ ଷ୍ଟୋରେଜ ୟୁନିଟକୁ ସପ୍ଲାଇ କରାଯାଇଛି । ନ୍ୟୁ ମାଙ୍ଗାଲୁର ପୋର୍ଟ ଅଥରିଟିଙ୍କ କହିବା ଅନୁଯାୟୀ, ‘ଅନଲୋଡ କାମ ଆରମ୍ଭ ହୋଇଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।’
