ପ୍ରେମ ସମ୍ପର୍କ କୁ ନେଇ ଯୁବକକୁ ଗୁଳି ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଢେପାସାହି ଗାଁ ରେ। ଗାଁ ରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ କୁ ନେଇ ବିବାଦ ଲାଗି ରହିଥିଲା। ଯାହା ଫଳରେ ଆଜି ଏକ ବୈଠକ ଗାଁ ରେ ଆୟୋଜନ କରଯାଇଥିଲା। ଗାଁ ର ଲାଜର ପ୍ରଧାନ ନାମକ ଯୁବକ ଏକ ତରଫା ପ୍ରେମ କରି ଅବନି ପାଳ ନାମକ ଏକ ଝିଅ କୁ ଜୋର୍ ଜବରଦସ୍ତି କିଛି ଦିନ ତଳେ ଉଠାଇ ନେଇଥିଲେ। ପରିବାର ଲୋକେ ଖୋଜା ଖୋଜି କରି ଆଣି ଅନ୍ୟତ୍ର ବିବାହ କରାଇଥିଲେ ଝିଅ ଅବନୀ ପାଳ ଙ୍କୁ। କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁ କୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଚେଷ୍ଟା କରିଥିଲା ଲାଜର। ଲାଜର ପୁଣି ଝିଅ କୁ ଜୋର୍ ଜବରଦସ୍ତି ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ପୁଣି ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁ ରେ ଏକ ବୈଠକ କରାଯାଇଥିଲା। ହେଲେ ସେହି ସମୟରେ ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ପିସ୍ତଲ ରେ ଗୁଳି କାଣ୍ଡ ଘଟାଇଥିଲା। ଯାହା ଫଳରେ ଅନିଲ କୁମାର କରାଡ ନାମକ ଯୁବକ ଙ୍କ ଡାହାଣ ଗୋଡ଼ ରେ ଗୁଳି ବାଜିଥିଲା। ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହିଥିବା ହେତୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
