Odia News Portal

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଅଫତାବର ପଲିଗ୍ରାଫ୍ ଟେଷ୍ଟ ଜାରି

ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୋଲିସକୁ ଏପର୍ଯ୍ୟନ୍ତ କୌଣସି ଦୃଢ ପ୍ରମାଣ ମିଳିପାରିନ। ଗୁରୁବାର ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫତାବର ପଲିଗ୍ରାଫିକ୍ ପରୀକ୍ଷା ଆରମ୍ଭ କରାଯାଇଛି। ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL)  ପ୍ରକ୍ରିୟା ଶେଷ ହୋଇଛି । ଅଭିଯୁକ୍ତ ଅଫତାବ ଚାରି ଦିନ ଧରି ପୋଲିସ କଷ୍ଟଡିରେ ଅଛି। ଦିଲ୍ଲୀ ପୋଲିସ ଟିମ୍ ଅଫତାବକୁ ନେଇ ଏଫ୍ଏସଏଲ ଅଫିସରେ ପହଞ୍ଚିଥିଲା। ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ  ସମ୍ପର୍କରେ ବେଙ୍ଗାଲୁର ସହିତ ମଧ୍ୟ ରହିଛି। ପୋଲିସ ଅଫତାବର ଜଣେ ସାଙ୍ଗକୁ ମଧ୍ୟ ପଚରା ଉଚରା ପାଇଁ ଦିଲ୍ଲୀ ଡକାଯାଇଛି। ଦିଲ୍ଲୀ ପୋଲିସ ଆଉ କିଛି ଲୋକଙ୍କୁ ପଚରା ଉଚରା ପାଇଁ ବି ଡକାଇଛି। 

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶ୍ରଦ୍ଧାଙ୍କ ମୁଣ୍ଡ ପାଇବା ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି। ମାଢିରେ କେବଳ ଦାନ୍ତ ଦେଖିବାକୁ ମିଳିଛି। ପୋଲିସ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଶ୍ରଦ୍ଧାଙ୍କ ମୁଣ୍ଡକୁ ହୁଏତ କୌଣସି ଜଙ୍ଗଲି ଜନ୍ତୁ ଖାଇଥାଇପାରେ।