Odia News Portal

ଲୋକାର୍ପିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ; ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି। ୧୯ଟି ମେଡିକାଲ ବିଭାଗ ପାଠ୍ୟକ୍ରମରେ ହେବ ପାଠପଢ଼ା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ। ମେଡିକାଲ କଲେଜରେ ପାଠପଢ଼ା ସହିତ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା। ସୂଚନା ଅନୁସା​‌ରେ ପ୍ରଥମ ବ୍ୟାଚରେ ୧୦୦ ସିଟରେ ହେବ ପାଠପଢ଼ା। ଉଦ୍‌ଘାଟନି ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଥିଲେ ସାମିଲ। ଏହି ମେଡିକାଲ କଲେଜ ନିର୍ମାଣ ପଛରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଅର୍ଥ।