Odia News Portal

ସଂକ୍ରମଣ ମୁକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ସାନିଟାଇଜ୍

*ଆସନ୍ତା ୨୪ ତାରିଖରୁ ସପ୍ତାହକୁ ଦୁଇଦିନ ଶନି ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ |

ପୁରୀ: ରାଜ୍ୟରେ ଏବେ ବଢିଚାଲିଛି କୋଭିଡ ସଂକ୍ରମଣ | ଯାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ ରଖିବା ସହ ମନ୍ଦିରର ଚତୁଃପାର୍ଶ୍ବକୁ କରାଯାଉଛି ସାନିଟାଇଜ୍ କରାଯାଇଛି । ଏହାଛଡ଼ା ଆସନ୍ତା ୨୪ ତାରିଖରୁ ସପ୍ତାହକୁ ଦୁଇଦିନ ଶନି ଓ ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।ସେହିଭଳି ଗତକାଲିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ ବ୍ୟବସ୍ଥା। ରାତି ୮ରୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପୁରୀରେ ରାତି ୮ଟାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । ଏବଂ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା |