ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ଦୋହରାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ପରେ କମିଟିର ନିଷ୍ପତ୍ତି ପରେ ଅନ୍ୟ ଦ୍ୱାର ଖୋଲାଯାଉ ବୋଲି ଦାବି କରିଛନ୍ତି । ଯଦି ତୁରନ୍ତ ଗୋଟିଏ ଦ୍ୱାର ଖୋଲାନଯାଏ ତେବେ ଆସନ୍ତାକାଲି ପଶ୍ଚିମଦ୍ୱାର ଆଗରେ ଧାରଣାରେ ବସିବେ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁଦର୍ଶନ ଦାବି କରିଥିଲେ ।