Odia News Portal

ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ ।

ଆଜି ଖେଳାଯାଇଥିବା ଦମଦାର ସେମିଫାଇନାଲ୍ ଟକ୍କରରେ ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରଦର୍ଶନ କରି ଜିତିନେଇଥିଲେ ଚୀନର ତାଇ ଜୁ-ୟିଙ୍ଗ । ୧୮-୨୧, ୧୧-୨୧ ଦୁଇଟି ସେଟରେ ପରାଜୟ ହୋଇଛନ୍ତି ସିନ୍ଧୁ । ତଥାପି ପଦକ ଆଶା ମଉଳିନାହିଁ । ସେମିଫାଇନାଲରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ପିଭି ସିନ୍ଧୁ ।