Odia News Portal

ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇର ସାନି ସମନ, ୨୬ରେ ହାଜର ହେବାକୁ ନିର୍ଦ୍ଦେଶ

ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାନି ସମନ୍ ଜାରି କରିଛି। ଫେବୃଆରୀ ୨୬ରେ ହାଜର ହେବାକୁ ସିସୋଦିଆଙ୍କୁ କହିଛି ଏହି କେନ୍ଦ୍ରୀୟ ସଂସ୍ଥା । ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୧୯ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ଦିଲ୍ଲୀ ବଜେଟ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାରୁ ସିସୋଦିଆ ସପ୍ତାହେ ସମୟ ମାଗିଥିଲେ। ସିବିଆଇ ମଧ୍ୟ ସିସୋଦିଆଙ୍କ ଅନୁରୋଧ ରଖିଥିଲା । ସିସୋଦିଆ ଦିଲ୍ଲୀର ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି ।

ମଦ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦୁଇଥର ସିସୋଦିଆଙ୍କୁ ଜେରା କରିସାରିଛି ।