Odia News Portal

ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଲା

 ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପ୍ରଥମେ ସିବିଆଇ ଓ ପରେ ଇଡି ଗିରଫ କରିଥିଲା। ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର (ମାର୍ଚ୍ଚ ୨୧) ରାଉଜ୍ ଆଭେନ୍ୟୁ କୋର୍ଟରେ ହୋଇଥିଲା । ହେଲେ କୋର୍ଟ କୌଣସି ଚୂଡ଼ାନ୍ତ ରାୟରେ ପହଞ୍ଚିପାରି ନାହାଁନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୪ରେ ହେବ।

ଅନ୍ୟପକ୍ଷରେ ଇଡି ମାମଲାରେ ମଧ୍ୟ ମନୀଷ ସିସୋଦିଆ ଜାମିନ ଆବେଦନ କରିଛନ୍ତି। ତାଙ୍କ ଆବେଦନ ଉପରେ ରାଉଜ୍ ଆଭେନ୍ୟୁ କୋର୍ଟ ଇଡିକୁ ନୋଟିସ୍ ଜାରି କରିଛନ୍ତି। ଇଡି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ‌ର ଶୁଣାଣି ମାର୍ଚ୍ଚ ୨୫ରେ ହେବ।

ଗତକାଲି କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ ୩ ଯାଏଁ ବୃଦ୍ଧି କରିଥିଲେ । ସମ୍ପ୍ରତି ସେ ଇଡି ହାଜତରେ ମାର୍ଚ୍ଚ ୨୨ ଯାଏଁ ଅଛନ୍ତି ।