Odia News Portal

ଏସଆଇଟି କବଜାରେ ପରୀ ହତ୍ୟାକାରୀ

ଭୁବନେଶ୍ୱର (ବ୍ୟୁରୋ) ନୟାଗଡ ପରୀ ହତ୍ୟାକାରୀ ଗିରଫ ହୋଇଛି । ଏସଆଇଟି ପରୀ ହତ୍ୟାକାରୀକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି କହିଛି । ଏକ ପ୍ରେସ ରିଲିଜରେ କୁହାଯାଇଛି ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ।

ତେବେ ଏନେଇ ଏସଆଇଟି ତରଫରୁ ସବିଶେଷ ସୂଚନା ଦିଆଯାଇନାହିଁ । ଦୁଇଦିନ ହେଲାଣି ପରୀ ଗାଁ ଯଦୁପୁରର ସରୋଜକୁ ଏସଆଇଟି ଉଠାଇ ଆଣି ପଚରାଉଚୁରା କରୁଥିଲା । ତେବେ ସରୋଜ ହିଁ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି ।

ଗତ ଜୁଲାଇ ୧୪ରେ ନୟାଗଡ ଯଦୁପୁରର କୁନିଝିଅ ପରୀର ହତ୍ୟା କରାଯାଇଥିଲା । ଆରମ୍ଭରୁୁ ନିଖୋଜ ଥିବା ପରୀର ଗଳିତ ମୃତଦେହ ତାଙ୍କ ଘର ପଛପଟୁ ଉଦ୍ଧାର କରାଯାଇଥିଲା । ଦୀର୍ଘଦିନ ଧରି ତଦନ୍ତ ପରେ ବି ନୟାଗଡ ପୋଲିସ ଅଭିଯୁକ୍ତ ନିକଟରେ ପହଂଚି ପାରିନଥିଲା । ଏହାକୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ପରୀର ବାପା ମା ବିଧାନସଭା ଆଗରେ ଆତ୍ମଦାହ ଉଦ୍ୟମ କରିଥିଲେ ।

ବିରୋଧୀଙ୍କ ହମଲା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏସଆଇଟି ମୁଖ୍ୟ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ଘନ ଘନ ଯଦୁପୁର ଗସ୍ତ କରି ତଦନ୍ତ କରିଥିଲା । ଶେଷରେ ହତ୍ୟାକାରୀକୁ ଗିରଫ କରାଯାଇଥିବା ଜଣାପଡିଛି । ଏସଆଇଟିର ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରାଯାଇଛି ।