Odia News Portal

ଏସଆଇଟି ହାତରେ ବଡ଼ ପ୍ରମାଣ: ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଲଗା ଗାମୁଛା

ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ଼ ପ୍ରମାଣ। ପରି ହତ୍ୟା ଘଟଣାରେ ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା।ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ତେବେ ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା ସୂଚନା ମିଳିଛି। ଯଦୁପୁର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛା ମିଳିଥିବା ସୂଚନା ମିଳିଛି । ଗାମୁଛାରେ ରକ୍ତଦାଗ ନେଇ ଏକ୍ସପର୍ଟ ସ୍ପଷ୍ଟ କରିଥିବା ଏସଆଇଟି କହିଛି। ତେବେ ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଇବ ଏସ୍ଆଇଟି । ଏହି ଘଟଣାରେ ପୂର୍ବରୁ ଅଭିଯୁକ୍ତକୁ ଗିରଫ କରି ସାରିଛି ଏସ୍ଆଇଟି।

ଅନ୍ୟପକ୍ଷେ ଯଦୁପୁରରେ ଶେଷ ହୋଇଛି ଓଡ୍ରାଫ ଟିମର ଅପରେସନ। ଗତକାଲି ଗାଁ ପୋଖରୀରୁ ଏକ ଲେଜିନ୍ସ‌ ମିଳିବା ପରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଆଜି ମଧ୍ୟ ପୋଖରୀରେ ଖୋଳତାଡ଼ କରିଥିଲା ୧୦ଜଣିଆ ଓଡ୍ରାଫ ଟିମ୍ । ତେବେ ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏହି ଅପରେସନ ଶେଷ ହୋଇଛି ।