Odia News Portal

ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି

ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି। ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ତିନିଦିନିଆ ରିମାଣ୍ଡ ଲାଗି କୋର୍ଟ ମଧ୍ୟ ଗତକାଲି ଅନୁମତି ପ୍ରଦାନ କରିଥିଲା।

ଗତକାଲିର କାର୍ଯ୍ୟାନୁଷ୍ଠାନ ପରେ ଆଜି ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତକୁ ଜେରା କରି ସତ ଓଗାଳିବ ଏସ୍ଆଇଟି। ଗତକାଲି ଅଭିଯୁକ୍ତକୁ ଯଦୁପୁର ଗାଁ କୁ ନେଇ ତଦନ୍ତ କରିବା ପରେ କୋର୍ଟରେ ହାଜର କରିଥିଲା। ଅପରପକ୍ଷେ ଅଭିଯୁକ୍ତର ପରିବାର ଏବଂ ଗାଁ ଲୋକେ ଏଭଳି ଗିରଫଦାରୀକୁ କଠୋର ନିନ୍ଦା କରିବା ସହ ଅସଲ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି।

ତେବେ ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରାର ଆଜି ତୃତୀୟ ଦିନ। ଆଜି ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭା ହେବାର କାର୍ଯ୍ୟକ୍ରମ ରହିଛି।