Odia News Portal

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିରଞ୍ଜନ ସେଠୀ । ସରକାରଙ୍କ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି । ଶ୍ରୀ ସେଠୀଙ୍କର ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ କାର୍ଯ୍ୟରେ ଅଭିଜ୍ଞତା ରହିଛି ।


ଗତକାଲି ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ପଦରୁ କୃପାସିନ୍ଧୁ ମିଶ୍ର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା । ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ । ବିଦାୟୀନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ଏହି ଅବସରରେ ବିଭାଗ ତରଫରୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ୍ କଟକଣା ମଧ୍ୟରେ ଲୋକ ସଂପର୍କ ଭନନଠାରେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ନିଦେ୍ର୍ଦଶକ( ବୈଷୟିକ) ଶ୍ରୀ ସେଠୀ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀର ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତାମାନେ ଏହି ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ ।