Odia News Portal

ଡିଏନଏ ଟେଷ୍ଟ ଦେବ ମହିଳାଙ୍କ ପରିଚୟ!

ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ୍‌ ଗଲା ମହିଳାଙ୍କ ନରକଙ୍କାଳ

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ତନାଘନା ଜୋର ଧରିଛି । ମହିଳା ଥାନା ଅଧିକାରୀ ଏହାର ତଦନ୍ତ କରିବେ। ଏମ୍‌ସ ପୋଷ୍ଟମର୍ଟମ ରିପୋର୍ଟରେ ମହିଳା ଯକ୍ଷ୍ମା ରୋଗର ପୀଡିତ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି । କାରରୁ ନରକଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନା ଅଧିକାରୀ । ଭୁବନେଶ୍ବର ଯାଆଁଳା ଫାଣ୍ଡି ପରିସରରେ କାରରୁ ଉଦ୍ଧାର ହୋଇଥିଲା ମହିଳାଙ୍କ -ନରକଙ୍କାଳର ପରିଚୟ କଣ-? ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିବା ସମୟରେ, ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ‌ ଗଲା କଙ୍କାଳର କିଛି ଅଂଶ । ଦାନ୍ତ, ହାଡ଼, ଚୁଟି ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଗତକାଲି ଖପୁରୀ ଓ କଙ୍କାଳର ସ୍କେଚ୍‌ ଓ ମ୍ୟାପିଙ୍ଗ୍‌ ପାଇଁ ନରକଙ୍କାଳକୁ ହାଇଦ୍ରାବାଦ ପଠାଯାଇଛି ।

ପୂର୍ବରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହିଳାଙ୍କ ଶରୀରରେ କୌଣସି ଶକ୍ତ ଆଘାତ ଲାଗି ନାହିଁ । ମୃତ୍ୟୁ ପୂର୍ବରୁ ମହିଳା ଯକ୍ଷ୍ମା ଭଳି ରୋଗରେ ପୀଡ଼ିତ ଥିଲେ । ସେପଟେ ଜବତ କାର୍‌ରୁ ମିଳିଛି ଏକ ହାତ ଲେଖା ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ହେଡର ରହିଛି ଲାଇଫ୍ ଲାଇନ୍ । ଏଥିରେ ଜଣଙ୍କ ପ୍ରେମ ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ ।