Odia News Portal

ଜମି ବାଡି ବିବାଦକୁ ନେଇ ମାଆକୁ ହତ୍ୟା କଲା ପୁଅ

ରାକ୍ଷାସ ସାଜିଲା ପୁଅ । ସମ୍ପତ୍ତି ପାଇଁ ବୃଦ୍ଧା ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶ୍ରୀବିହାର କଲୋନୀରେ । ମୃତକ ହେଲେ ପରେଶ କୁମାରୀ ଦେବୀ । ସେ କନିକା ରାଜାଙ୍କ ନାତୁଣି ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଗୋପାଳ ସିଂହଦେଓକୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ଅନେକଥର ମାଆକୁ ମାରିଦେବାକୁ ଧମକ ଦେଉଥିଲା ପୁଅ । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଗୋପାଳଙ୍କୁ ତାଗିଦ କରି ଛାଡ଼ିଦେଇଥିଲା ପୋଲିସ ।
ଅନ୍ୟପକ୍ଷରେ ମାଆଙ୍କ ହତ୍ୟା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ । ଭାଇ ଗୋପାଳ ପାରିବାରିକ ଜୀବନକୁ ନେଇ ଅଶାନ୍ତି ଥିଲା । ସେ ଅନେକ ସମୟରେ ମାନସିକ ଚାପରେ ରହୁଥିଲା । ଏହାଦ୍ବାରା ମାଆକୁ ମାଡ ମାରିଥିବା ଝିଅ କହିଛନ୍ତି । ଏଣୁ ମାଆ ଅନେକ ସମୟରେ ଝିଅକୁ ପାଖରେ ରହିବାକୁ ବାଧ୍ୟ କରୁଥିଲେ । କିନ୍ତୁ ଆଜି ସକାଳେ ଗୋପାଳ ମାଆଙ୍କୁ ଆକ୍ରମଣ କରିବାବେଳେ ମଧ୍ୟ ଝିଅ ସେହି ଘରେ ରହିଥିଲେ । ମାଆଙ୍କୁ ହତ୍ୟା ପରେ ପୋଲିସକୁ ସୂଚନା ଦେଇଥିଲେ ଝିଅ ।