Odia News Portal

ବୃଦ୍ଧା ମା’ଙ୍କୁ ବିଷ ଖୁଆଇ ମାରିଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ

ପାରୁଳିଆ ଗ୍ରାମର ପଦ୍ମାବତୀ ଦଳାଇ(୭୬) ଓ ତାଙ୍କ ପୁଅ ଲଷ୍ମୀକାନ୍ତ ଦଳାଇ(୩୫)ଙ୍କ ମଧ୍ୟ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହୁଥିଲା। ଗତକାଲି ରାତିରେ ପୁଅ ଲକ୍ଷ୍ମୀକାନ୍ତ ମା’ଙ୍କୁ ମାଡ଼ ମାରି ଘର ବାହାରକୁ ବାହାର କରି ଦେଇଥିଲା। ସକାଳେ ପଦ୍ମାବତୀ ଘରକୁ ଫେରିଥିଲେ। ତାପରେ ଲକ୍ଷ୍ମୀକାନ୍ତ ନିଜ ସ୍ତ୍ରୀକୁ ତାଙ୍କ ବାପ ଘରେ ଛାଡ଼ି ଦେଇ ଘରକୁ ଫେରିଥିଲେ। ଏହାପରେ ପୁଅ ଲକ୍ଷ୍ମୀକାନ୍ତ ଘରକୁ ଆସି ନିଜ ମା’ଙ୍କୁ ଜବରଦସ୍ତ ମୁହଁରେ ବିଷ ଖୁଆଇ ଦେଇଥିଲେ। ବିଷ ଖୁଆଇବାର କିଛି ସମୟ ପରେ ମାଙ୍କର ମୃତ୍ୟୁ ହୋଇଯାଇଥିଲା। ତାପରେ ପାଖ ପଡ଼ୋଶୀ ଗାଁ ଲୋକେ ଜାଣିବା ପରେ ପଦ୍ମାବତୀକୁ ଉଦ୍ଧାର କରିବା ସମୟରେ ଲକ୍ଷ୍ମୀକାନ୍ତ ଅଶାଳୀନ ମନ୍ତବ୍ୟ କହିବା ପରେ ସେମାନେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀକାନ୍ତଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟି ପୁଲିସକୁ ଖବର ଦେଇଥିଲେ।ଖବର ପାଇପୁଲିସଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏନେଇ ପଦ୍ମାବତୀଙ୍କ ନଣନ୍ଦ ତପୁ ରଣା କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ୭୯/୨୬ ରେ ମାମଲା ରୁଜୁ କରିବା ସହିତ ଲକ୍ଷ୍ମୀକାନ୍ତଙ୍କୁ ଅଟକ କରି ତଦନ୍ତ ଚାଲିଛି ବୋଲି ଆଇଆଇସି ଅର୍ପିତା ପ୍ରିୟଦର୍ଶିନୀ ଦାସ ସୂଚନା ଦେଇଛନ୍ତି।