Odia News Portal

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ ନିର୍ଦ୍ଦେଶରେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଗଜପତି ଡିଏଫ୍‌ଓଙ୍କୁ ସୁରକ୍ଷା ଦିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ଯେତେବେଳେ ବିବାଦ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା, ସେତେବେଳେ ତାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା ଆଲୋଚନା ହେଉଛି। ଏବେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡାକି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଦୀପ୍ତିରଞ୍ଜନ ବେହେରାଙ୍କ ବଦଳିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ ଓ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ।