Odia News Portal

ସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ଡିଏଫଓଙ୍କ ବଦଳି

ବହୁ ଚର୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବଦଳି | ରାଜ୍ୟ ସରକାର ତାଙ୍କ ବଦଳି କରିଛନ୍ତି | ଗତବର୍ଷ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା । ଏହ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାବି କରିବା ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଯାହା ଫଳରେ ଚର୍ଚାର ପରିସରକୁ ଆସିଥିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା |

ସେପଟେ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ଓ ଦାବି ସତ୍ତ୍ୱେ ରାଜ୍ୟ ସରକାର ଶ୍ରୀ ବେହେରାଙ୍କୁ ବଦଳି କରିନଥିଲେ। ତେବେ ଆଜି ତାଙ୍କର ବଦଳି ହୋଇଛି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର ଇନଚାର୍ଜ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ବାରିପଦାସ୍ଥିତ ଆରସିସିଏଫ ଏମ. ୟୋଗାନନ୍ଦଙ୍କୁ ଅନୁଗୋଳସ୍ଥିତ ଆରସିସିଏଫ ଭାବେ ବଦଳି କରାଯାଇଥିବାବେଳେ ଅନୁଗୋଳର ଓଏଫଆରସି ଇନଚାର୍ଜ ନିର୍ଦ୍ଦେଶକ ଟି ଅଶୋକ କୁମାରଙ୍କୁ ବାରିପଦା ଆରସିସିଏଫ ଭାବେ ବଦଳି ହୋଇଛି । ସେହିପରି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କୁ ପାରଳାଖେମୁଣ୍ଡି ଡିଭିଜନର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

0ସୂଚନାଯୋଗ୍ୟ, ଗତବର୍ଷ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା । ଏହ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାବି କରିବା ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି |