Odia News Portal

ଜହ୍ନ କକ୍ଷରେ ପ୍ରବେଶ କଲା ନାସାର ମହାକାଶ ଯାନ ଓରିୟନ୍

ଆମେରିକୀୟ ମହାକାଶ ଏଜେନ୍ସିର ଓରିୟନ୍ କ୍ୟାପ୍ସୁଲ ଜହ୍ନର ଚାରିପଟେ ବ୍ୟାପିଥିବା କକ୍ଷରେ ପ୍ରବେଶ କରିଛି । ଅଧିକାରୀମାନେ କହିଛନ୍ତି କି ଚନ୍ଦ୍ର ମିଶନର ପ୍ରାରମ୍ଭରୁ ସାମାନ୍ୟ ବିଳମ୍ବ ପରେ ଏବେ ଏହି ସଫଳତାପୂର୍ବକ ଆଗକୁ ବଢୁଛି । ମହାକାଶ ଯାନ ପ୍ରାୟ ଏକ ସପ୍ତାହ ପୂର୍ବରୁ ଫ୍ଲୋରିଡାରୁ ଚନ୍ଦ୍ର ପାଇଁ ଉଡାଣ ଭରିଥିଲା । ଓରିୟନ୍ ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥିର କକ୍ଷରେ ହିଁ ରହିବ ।

ରିପୋର୍ଟ ଅନୁସାରେ ଓରିୟନ୍ କ୍ୟାପ୍ସନଲ ପୃଥିବୀରୁ ପ୍ରାୟ ୩୮୦,୦୦୦ କି.ମି ଦୂରରେ ଥିଲା । ଆଗାମୀ ଦିନରେ ୪୩୨୦୦୦ କିମିର ସର୍ବାଧିକ ଦୂରରେ ପହଞ୍ଚିବା ଆଶା କରାଯାଉଛି । ଚନ୍ଦ୍ରର ଚାରିପଟେ ଏବଂ ଅଧା ପରିକ୍ରମା କରିବାରେ ଓରିୟନକୁ ପ୍ରାୟ ୧ ସପ୍ତାହ ସମୟ ଲାଗିବ । ଏହି ମିଶନର ସଫଳ ହେବା ପରେ ନାସା ୨୦୨୪ରେ ମହାକାଶ ଯାତ୍ରୀଙ୍କୁ ଜହ୍ନ ପାଖକୁ ପଠାଇବାକୁ ଚେଷ୍ଟା କରିବ । ଏହା ପରେ ନାସା ୨୦୨୫ରେ ଏକ ଯାନକୁ ଜହ୍ନର ଦକ୍ଷିଣ ଧ୍ରୁବ ପାଖାପାଖି ଓହ୍ଲାଇବାକୁ ଚେଷ୍ଟା କରିବ ।

୫୦ ବର୍ଷ ପୂର୍ବରୁ ନାସା ଓପୋଲୋ କାର୍ଯ୍ୟକ୍ରମ ଅନୁସାରେ ଏହି ଉପଲବ୍ଧି ହାସଲ କରିଥିଲା । ଏହା ପରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ କୌଣସି କ୍ୟାପ୍ସୁଲ ଜହ୍ନରେ ପହଞ୍ଚିଛି । ଏହି ପରୀକ୍ଷଣ ଉଡାଣ ବହୁତ ଗୁରୁତ୍ୱପୂର୍ଣ୍ଣ । କ୍ୟାପ୍ସୁଲ ୧୬ ନଭେମ୍ବରରେ ଫ୍ଲୋରିଡା ସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ନାସାର ଏପର୍ଯ୍ୟନ୍ତ ସର୍ବାଧିକ ଶକ୍ତିଶାଳୀ ରକେଟ୍ ଜରିଆରେ ଉଡାଣ ଭରିଥିଲା  ।