ଭାରତର ଜଣେ ଆଧ୍ୟାତ୍ମିକ ଗୁରୁ ଓ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ଏବେ ଏକ ବିବାଦରେ ଫସିଯାଇଛନ୍ତି । ଲିଭ୍-ଇନ୍ ସମ୍ପର୍କ ଉପରେ ତାଙ୍କର ଏକ ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ, ଏହାକୁ ନେଇ ଦେଶବ୍ୟାପୀ ଭାବେ ତୀବ୍ର ସମାଲୋଚନା ହେଉଛି ।
ଏହି ଭିଡିଓରେ ଅନିରୁଦ୍ଧାଚାର୍ଯ୍ୟ କହିଛନ୍ତି, “ପୁଅମାନେ ୨୫ ବର୍ଷର ଝିଅମାନେ ଆଣୁଛନ୍ତି, ଯେଉଁମାନେ ୪-୫ ଜାଗାରେ ମୁହଁ ମାରି ଆସିଥାନ୍ତି।” ଅନେକ ଲୋକ ତାଙ୍କର ଏହି ମନ୍ତବ୍ୟକୁ ନାରୀ ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି ।
ତେବେ ଅନିରୁଦ୍ଧାଚାର୍ଯ୍ୟଙ୍କ ଏଭଳି ମନ୍ତବ୍ୟକୁ ନେଇ ଦିଶା ପଟାନୀଙ୍କ ଭଉଣୀ ତଥା ପୂର୍ବତନ ସେନା ଅଧିକାରୀ ଖୁସବୁ ପଟାନୀ ତିବ୍ର ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି , ” ଆପଣମାନେ ଏଭଳି ନୀଚ୍ଚ ଶ୍ରେଣୀର ବଦମାସଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ଏହି ସମାଜର ସମସ୍ତ ମୂର୍ଖ ଓ ନପୁଂସକ ଲୋକମାନେ ହିଁ ତାଙ୍କୁ ଅନୁସରଣ କରୁଛନ୍ତି । ଯଦି ଏହି ବ୍ୟକ୍ତି ମୋ ସାମ୍ନାରେ ଥାଆନ୍ତେ, ମୁଁ ତାଙ୍କୁ ବୁଝାଇ ଦେଇଥାନ୍ତି ମୁହଁ ମାରିବା କ’ଣ । ସେ ଏହିପରି ମନ୍ତବ୍ୟ ପାଇଁ କେବଳ ମହିଳାଙ୍କୁ ଟାର୍ଗେଟ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି, ଏବଂ ଲିଭ୍-ଇନ୍ ରେ ଥିବା ପୁଅମାନଙ୍କ ଉପରେ କାହିଁକି ଅଭିଯୋଗ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।
ଏହି ବିବାଦ ଜରିଆରେ ସାମାଜିକ ମାଧ୍ୟମରେ ଅନେକ ମହିଳା ଓ ସଚେତନ ନାଗରିକ ମଧ୍ୟ ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ମତ ପ୍ରକାଶ କରୁଛନ୍ତି। ତେବେ ଏହି ବିବାଦ ବଢିବା ପରେ ଅନିରୁଦ୍ଧାଚାର୍ଯ୍ୟ ନିଜର ମତ ରଖି କହିଛନ୍ତି ଯେ, ମୋର କଥା କିଛି ଭଉଣୀଙ୍କୁ ଖରାପ ଲାଗିଛି । ସବୁ ମହିଳାଙ୍କ ଉଦେଶ୍ୟରେ କହିନାହିଁ କିଛି ଝିଅ ଏପରି କରୁଥିବାର କହିଛି । ଜଣେ ଝିଅ ଯଦି ଲିଭ୍ ଇନ୍ରେ ରହି ୪-୫ ଜାଗାରେ ମୁହଁ ମାରି ଘରର ବୋହୁ ହୁଏ ତେବେ କଣ ସେ ପବିତ୍ର ସମ୍ପର୍କ ଗଢ଼ିପାରିବ? ବୋଲି କରିଛନ୍ତି । ଝିଅ ହୁଅନ୍ତୁ କି ପୁର ସମସ୍ତେ ଚରିତ୍ରବାନ ହେବା ଉଚିତ ବୋଲି ସେ କହିଛନ୍ତି ।