Odia News Portal

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା

*ଜିଲ୍ଲାପାଳ ମାନଙ୍କୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ନିର୍ଦ୍ଦେଶ ।

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ଆଜି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତାକାଲି ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେଇ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପ ନେଇପାରେ ।ଆଉ ୨୫ ତାରିଖରେ ରାଜ୍ୟରେ ବର୍ଷା ହେବା ସହ ୨୬ତାରିଖରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ ।

ବାତ୍ୟାକୁ ଆଖିରେ ରଖି ସମସ୍ତ ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହୀନିକୁ ପଠାଯାଇଛି । ଗ୍ରାମପଂଚାୟତଗୁଡିକୁ ସାମିଲ କରି ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା କରାଯିବ ଏବଂ ଲୋକ ଯେଭଳି ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନରେ ରହିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ସେହିଭଳି ବାତ୍ୟା ସମୟରେ ସମସ୍ତ ବିଜ୍ଞାପନ ବୋର୍ଡ ହୋଡ଼ିଂ ଗୁଡ଼ିକ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଯଦି କୌଣସି ସଂସ୍ଥା ସେମାନଙ୍କର ହୋଡ଼ିଂ ନ ହଟାଏ ତେବେ ମ୍ୟୁନିସିପାଲଟି ଖୋଲି ଦେବ ।