Odia News Portal

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର |ସେଭଳି ରାଜଧାନୀର ଲିଙ୍ଗରାଜ ମନ୍ଦିର ସମେତ ପ୍ରମୁଖ ମନ୍ଦିର ଓ ପୀଠ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଆଜିଠୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ହେଲେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଦର୍ଶନ ନିମନ୍ତେ ସେହି ସମାନ ନିୟମ ପ୍ରଣୟନ କରାଯାଇଛି ।

କୋଭିଡ ନିୟମ ଅନୁଯାୟୀ ସୁରକ୍ଷିତ ଦର୍ଶନ ନିମନ୍ତେ ମାର୍କେଟ୍ ଛକ ଠାରୁ ସ୍ଵତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ୱାର ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି । ଏସ୍.ଓ.ପି ଅନୁସାରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ସେହିଭଳି ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ କଟକଣା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ରୁ ୧୭ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆଣି ଦର୍ଶନ କରିପାରିବେ ।

ସେହିଭଳି  ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ।