Odia News Portal

ରାଜଧାନୀରେ ଜଣେ କଲେଜ ଛାତ୍ରଙ୍କୁ ଛୁରାମାଡ

ପୁଣି ରାଜଧାନୀ ଅଶାନ୍ତ । ଗୋଟିଏ ପରେ ଗୋଟିଏ ଅପରାଧ ଘଟି ଚାଲିଛି । ଏବେ ପୁଣି ରାଜଧାନୀରେ ଛୁରାମାଡ ହୋଇଛି । ଜଣେ କଲେଜ ଛାତ୍ରଙ୍କୁ ହୋଇଛି ଛୁରାମାଡ । ପରୀକ୍ଷା ସାରି ଫେରୁଥିବା ବେଳେ ଛୁରାମାଡ ହୋଇଛି । ଛୁରାମାଡରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ସ୍ୱାଇଁ ଗୁରୁତର । ସୂଚନା ମୁତାବକ, ପାଣ୍ଡବ ନଗରରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି ,ଦୁହିଁଙ୍କ ମଧ୍ୟରେ ବଚସା ଯୋଗୁଁ ଚନ୍ଦନ ପଣ୍ଡା ଅଣଛାତ୍ରଙ୍କୁ ଡାକି ବିଶ୍ୱଜିତଙ୍କୁ ଛୁରାମାଡ କରିଛି । ଗୁରୁତର ଆହତ ବିଶ୍ୱଜିତ ସ୍ୱାଇଁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।