Odia News Portal

ଷ୍ଟିଲ ଉତ୍ପାଦନରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଶିଳ୍ପମନ୍ତ୍ରୀଙ୍କପତ୍ର

ଭୁବନେଶ୍ୱର : କେନ୍ଦ୍ର ଦ୍ୱାରା ନିକଟରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ ଉପରେ ଆଣ୍ଟି-ଡମ୍ପିଂ ଡୁ୍ୟଟି ଏବଂ କାଉଣ୍ଟରଭେଲିଂ ଶୁଳ୍କ ଉଠାଇ ଦେବା ଯୋଗୁଁ ଏହା ଚୀନ ଭଳି ଦେଶକୁ ବେଶ୍ ସୁହାଇବ ଏବଂ ଆମ ଦେଶକୁ ଶସ୍ତାମାଲ ରତ୍ପାନୀ ବହୁଗୁଣିତ ହେବାର ଅ ।ଶଙ୍କା ରହିଛି  । ତେଣୁ ଏହି ଆଣ୍ଟି-ଡମ୍ବିଂ ଶୁଳ୍କ ଲାଗୁ କରିବାକୁ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ପତ୍ର ଲେଖିଛନ୍ତି  ।

ପତ୍ରରେ ସେ ଓଡ଼ିଶା ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଦେଶରେ ସର୍ବବୃହତ ଉତ୍ପାଦନକାରୀ ରାଜ୍ୟ ବୋଲି ଉଲ୍ଲେଖ କରିବା ସହ ଏଥିରେ ୧୫ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି ବୋଲି ଦର୍ଶାଇଛନ୍ତି  । ତା’ଛଡ଼ା ୮ ହଜାର କୋଟି ଏମ୍ଏସ୍ଏମ୍ଇ ଅଧୀନରେ ନିମ୍ନପ୍ରବାହ ଶିଳ୍ପ ଉତ୍ପାଦନଗୁଡ଼ିକରେ ନିବେଶ କରାଯାଉଛି  । ଏସବୁ କେବଳ ଓଡ଼ିଶା ନୁହଁ ବରଂ ଦେଶର ପୂର୍ବଭାଗର ବିକାଶରେ ପ୍ରମୁଖ ଭୂମିକା ନେଇଥାଏ । ଏପରିକି ରାଜ୍ୟରେ ଷ୍ଟେନଲେସ୍ ଷ୍ଟିଲ ସହ ଜଡ଼ିତ ଅସଂଖ୍ୟ ଉଦ୍ୟୋଗର ସୁଯୋଗ ରହିଛି ଯାହାକୁ ରାଜ୍ୟ ସରକାରଙ୍କ ପ୍ରମୁଖତା ପ୍ରଦାନ କରି ଆସୁଛନ୍ତି । ବିଶେଷଭାବେ ରାଜ୍ୟରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ମୂଲ୍ୟଯୁକ୍ତ ପ୍ରକ୍ରିୟା ଓଡ଼ିଶା ଭିତରେ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ  । ଅ ।ଗକୁ ରାଜ୍ୟରେ ମେଟାଲ କ୍ଲଷ୍ଟର ଓ ଷ୍ଟେନଲେସ ଷ୍ଟିଲ ପାର୍କ ପ୍ରତିଷ୍ଠା ଆମର ଲକ୍ଷ୍ୟ ରଖାଯାଇଛି  । ଏହି ପ୍ରକ୍ରିୟାକୁ ·ଲୁ ରଖିବାକୁ ଅ ।ମର ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ତମ ବାତାବରଣ ଯୋଗାଇବା ଏବଂ ଚୀନ ଓ ଇଣ୍ଟୋନେସିଅ ।ରୁ ରତ୍ପାନୀ ଦ୍ରବ୍ୟ ଉପରେ କଟକଣା ଲଗାଯିବା ଅ ।ବଶ୍ୟକତା ରହିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଯୁକ୍ତରାଷ୍ଟ୍ର ଅ ।ମେରିକା ନିଜର ଘରୋଇ ଶିଳ୍ପସଂସ୍ଥାର ସୁରକ୍ଷା ପାଇଁ ୨୫% ଶୁଳ୍କ ଲାଗୁ କରିସାରିଛି  । ତେଣୁ ଭାରତ ସରକାର ପୁଣି ଥରେ ଅ ।ଣ୍ଟି-ଡମ୍ପିିଂ ଏବଂ କାଉଣ୍ଟରଭେଲିଂ ଶୁଳ୍ପ ଲାଗୁ କରିବା ଉପରେ ଚିନ୍ତା କରନ୍ତୁ ବୋଲି ଅନୁରୋଧ ଜଣାଇଛନ୍ତି  । ଏହି ମର୍ମରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଅନୁରୂପ ଅନୁରୋଧ କରିଥିବା ଜଣାପଡ଼ିଛି ।