Odia News Portal

ସିରିଜରୁ ବାଦ୍ ପଡ଼ିଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍


ନୂଆଦିଲ୍ଲୀ : ଭାରତୀୟ କି୍ରକେଟ ଦଳକୁ ଝଟକା । ଗତକାଲି ରାତିରେ ପୁଣେରେ ସିରିଜର ପ୍ରଥମ ମ୍ୟାଚ ସମୟରେ ପଡ଼ିଅ ।ରେ ବାମ କାନ୍ଧରେ ଅ ।ଘାତ ଲାଗିବା ପରେ ଶ୍ରେୟସ୍ ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ବାକି ଦୁଇଟି ମ୍ୟାଚରୁ ମଧ୍ୟରୁ ବାଦ୍ ଦିଅ ।ଯାଇଛି । ଏପିରିକି ସେ ଆଇପିଏଲର ପ୍ରଥମାର୍ଦ୍ଧକୁ ଖେଳିନପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ସେ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଅଛନ୍ତି ।
ଗତକାଲି ଆୟାରଙ୍କ ପାଇଁ ଖାସ୍ ଦିନ ନ ଥିଲା । ବ୍ୟାଟିଂରେ ଫେଲ୍ ମାରିବା ପରେ ଦ୍ୱିତୀୟ ପାଳିରେ ଇଂଲଣ୍ଡ ବ୍ୟାଟିଂ କରୁଥିବାବେଳେ ୮ମ ଅଷ୍ଟମ ଓଭରରେ ସେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ପଡ଼ିଆରୁ ତୁରନ୍ତ ସ୍କାନ ପାଇଁ ନିଅ ।ଯାଇଥିଲା । ସେହି ସମୟରେ ମେଡିକାଲ ଅପଡେଟରେ ବିସିସିଅ ।ଇ କହିଛି ଯେ, ଆୟାର ତାଙ୍କ ବାମ କାନ୍ଧକୁ ସବ୍ଲକ୍ସଟେଡ୍ କରିଛନ୍ତି (ଅ ।ଂଶିକ ସ୍ଥାନାନ୍ତରିତ) । ଯଦିଓ ବିସିସିଅ ।ଇ ଇଂଲଣ୍ଡ ସିରିଜରୁ ଆୟାରଙ୍କ ବାଦ୍ ପଡ଼ିବା ନେଇ ଘୋଷଣା କରି ନାହିଁ, ତଥାପି ବୁଝାପଡୁଛି ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ କିଛି ସପ୍ତାହ ଲାଗିଯିବ । ତେଣୁ ଆଇପିଏଲ୍ର କିଛି ମ୍ୟାଚ୍ ସେ ଖେଳିନପାରନ୍ତି ।
ଆୟାରଙ୍କ ଅନୁପସ୍ଥିତି ଯୋଗୁଁ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ଭାରତର ଗେମପ୍ଲାନକୁ କ୍ଷତି ପହଞ୍ଚାଇବ ପାରିବନାହିଁ । କାରଣ ସୁର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲଙ୍କ ଭଳି ଯୁବ ତାରକା ସୁଯୋଗ ଅପେକ୍ଷାରେ ରହିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ ପାଇଁ ଆୟାରଙ୍କ ଆଘାତ ଶକ୍ତ ଆଘାତ ପହଞ୍ଚାଇବ । କାରଣ ସେ ଦଳର କେବଳ ଅଧିନାୟକ ନୁହଁନ୍ତି, ଟପ୍ ଅର୍ଡରରେ ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ମଧ୍ୟ । ସମ୍ଭବତଃ ଉପ-ଅଧିନାୟକ ପନ୍ତ ତାଙ୍କ ସ୍ଥାନରେ ଡିସିର ନେତୃତ୍ୱ ନେବେ ।
ଗତ ୬ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସେ ଆହତ ସମସ୍ୟା ଦେଇ ଗତି କରିଛନ୍ତି । ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତ ଦଳରେ ଯୋଗଦେବା ପୂର୍ବରୁ ଅ ।ୟର ମୁମ୍ବାଇ ପାଇଁ ବିଜୟ ହଜାରେ ଟ୍ରଫିରେ ଆଠଟି ୫୦ ଓଭର ମ୍ୟାଚ ମଧ୍ୟରୁ ·ରିଟିରେ ଖେଳିଥିଲେ ଯେଉଁଥିରେ ସେ ଦୁଇ ଶତକ ହାସଲ କରିଥିଲେ ।