ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼: କୋଚର କାଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ By Swadhikar News Last updated Mar 17, 2026 ରବିବାର ଅପରାହ୍ଣରେ ରାଉରକେଲା ରେଳଖଣ୍ଡରେ ଟ୍ରେନ ସଂଖ୍ୟା ୨୦୮୩୬ ବନ୍ଦେ ଭାରତଏକ୍ସପ୍ରେସ୍ ଉପରକୁ କୌଣସି ଦୁର୍ବୃତ୍ତ ଦ୍ୱାରା ପଥରମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ଦୁର୍ବୃତ୍ତ ଟ୍ରେନ୍ର ସି-୧୩ କୋଚ ଉପରକୁ ପଥରମାଡ଼ କରିଥିଲା। ଯେଉଥିରେ ବର୍ଥସଂଖ୍ୟା ୪୦, ୪୧ ନିକଟରେ ଥିବା ଝରକାର କାଚରେ ପଥରମାଡ଼ ହୋଇଥିଲା। ସେହି ସମୟରେ ଝରକା ପାଖରେ ବସିଥିବା ଯାତ୍ରୀମାନେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରେ ଟ୍ରେନ୍ ଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଟ୍ରେନଟି ରାଉରକେଲାଷ୍ଟେସନ୍ରେ ପହଞ୍ଚିବା ପରେ ଆର୍ପିଏଫ୍ ଯବାନମାନେ ଉକ୍ତକୋଚରେ ପହଞ୍ଚି ଯାତ୍ରୀଙ୍କୁ ପଚରାଉଚରା କରିଥିଲେ। ଏହା ସହିତ ରାଉରକେଲା ଆର୍ପିଏଫ୍ ଏହି ବାବଦରେ ଅଜଣା ବ୍ୟକ୍ତିମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ତିନି ମାସ ପୂର୍ବରୁ ମଧ୍ୟ ଏହି ରେଳଖଣ୍ଡରେ କିଛି ଯାତ୍ରୀବାହୀ ଟ୍ରେନ୍ ଉପରେ କ୍ରମାଗତ ଭାବେ ପଥରମାଡ଼ ଘଟଣା ଘଟିଥିଲା। ପ୍ରାୟ ତିନି ମାସ ପରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଘଟିଥିବା ଏପରି ଘଟଣା ପରେ ରେଳଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। swadhikarswadhikar news Share