Odia News Portal

ଆମ୍ବୁଲାନ୍ସ ପାଇଁ କଡ଼ା ନିୟମ ଏଣିକି ୧୦ ମିନିଟରେ ନ ପହଞ୍ଚିଲେ ଗଣିବେ ୫ହଜାର

ଜାତୀୟ ରାଜପଥ ରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଜରୁରୀକାଳିନ ସେବାକୁ ନେଇ ନିୟମ ଆହୁରି କଡ଼ା କଡ଼ା କରିଦେଇଛି । ଏଣିକି ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବକୁ ଆଉ ସହ୍ୟ କରାଯିବ ନାହିଁ । ନୂଆ ଗାଇଡ଼ଲାଇନ ଅନୁସାରେ ଦୁର୍ଘଟଣାର ସୂଚନା ମିଳିବା ପରେ ଆମ୍ବଲାନ୍ସକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ । ଏହି ନିୟମ ଭାଙ୍ଗିଲେ ପ୍ରତି ମିନିଟ ପିଛା ୫,୦୦୦ ଟଙ୍କା ଜରିମାନା ରୁ ଆରମ୍ଭ କରି ୧୦ .୦୦୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡ଼ିପାରେ । ନୂଆ ବ୍ୟବସ୍ଥା ଅନୁଯାୟୀ ଇମର୍ଜେନ୍ସି ଆଲର୍ଟ ମିଳିବା ପରେ ଏହାକୁ ଏକ ମିନିଟ୍ ମଧ୍ୟରେ ଗ୍ରହଣ କରିବାକୁ ପଡ଼ିବ । ଏଥିରେ ବିଳମ୍ବ ହେଲେ ପ୍ରତ୍ୟେକ ଅତିରିକ୍ତ ମିନିଟ ପାଇଁ ୫,୦୦୦ ଟଙ୍କା ଜରିମାନା ଲାଗିବ । ଆଲର୍ଟ ଗ୍ରହଣ କରିବା ପରେ ଆମ୍ବୁଲାନ୍ସ ସର୍ବାଧିକ ଦୁଇ ମିନିଟ ମଧ୍ୟରେ ହିଁ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ ।