Odia News Portal

ଆନ୍ଦୋଳନରୁ ଓହରିଲେ ମୋ ବସ୍ ଡ୍ରାଇଭର

ଆନ୍ଦୋଳନରୁ ଓହରିଲେ ‘ମୋ ବସ’ ଡ଼୍ରାଇଭର । ଦରମା ବୃଦ୍ଧି ଦାବିରେ ମୋ ବସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜଧାନୀର ବିଭିନ୍ନ ରୁଟରେ ବସ ଚଳାଚଳ ପ୍ରଭାବିତ ହୋଇଥିଲା । ଏନେଇ କ୍ରୁଟ କର୍ତୃପକ୍ଷ ଓ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସହ ଆଲୋଚନା ହେବା ପରେ ଆଜି ବସ ଚଳାଚଳ ସ୍ୱାଭାବିକ ହାଇଛି । ୭ ତାରିଖ ସୁଦ୍ଧା ଦରମା ବୃଦ୍ଧି ଉପରେ କୌଣସି ନିଷ୍ପତ୍ତି ନହେଲେ ପୁଣି ଥରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।