Odia News Portal

ସମାଜସେବୀ ସୁଧାଂଶୁ ତ୍ରିପାଠୀଙ୍କ ପରଲୋକ

ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀ ଆଉ ନାହାନ୍ତି। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।

୧୯୪୬ ମସିହା ମେ ୨୮ ତାରିଖରେ ଯାଜପୁର ଜିଲ୍ଲା ମୁରାରିପୁରରେ ସେ ଜନ୍ମଗ୍ରହଣ କରିଥିବା ସୁଧାଂଶୁ ତ୍ରୀପାଠିଙ୍କର କର୍ମଭୂମି ଥିଲା କଟକ ଏବଂ ଭୁବନେଶ୍ବର । ସେ କଟକରେ ଦୀର୍ଘ ବର୍ଷ ରହଣି ପରେ ପ୍ରାୟ ୪ ଦଶନ୍ଧି ହେବ ଭୁବନେଶ୍ୱର ଉପକଣ୍ଠ ଗଙ୍ଗାପାଟଣାରେ ଅଧିକାଂଶ ସମୟ ରହୁଥିଲେ। ସେ ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ଭାବେ ସମାଜ ସେବା ସହ ଜଡ଼ିତ ଥିଲେ । ଏହା ସହଗ ଲେଖାଲେଖି ମଧ୍ୟ କରୁଥିଲେ । ତାଙ୍କ ବୋୟୋଗରେ କର୍ମଭୂମିରେ ଶୋକର ଛାୟା ଖେଳିଯାଇଛି । ଘଙ୍ଗାପାଟଣା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ସଦାନନ୍ଦ ମୁଖାଗ୍ନି ଦେଇଥିଲେ । ଅନ୍ୟ ତିନିପୁତ୍ର ବିବେକାନନ୍ଦ, ସ୍ନେହାଂଶୁ ଓ ଶୁଭ୍ରାଂଶୁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଓ ଶୁଭେଚ୍ଛୁମାନେ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।