ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଆସୁଥିବା ପର୍ଯ୍ୟଟକ ମାନେ ଏଣିକି ନୂଆ ରୂପରେ ସୂର୍ଯ୍ୟ ମନ୍ଦିର ଲାଇଟି ଆଣ୍ଡ ସାଉଣ୍ଡ ସୋ ଦେଖିବାକୁ ପାଇବେ। ଶୁକ୍ରବାର ସନ୍ଧ୍ୟା ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଲାଇଟି ଆଣ୍ଡ ସାଉଣ୍ଡ ସୋ ଉଦୁଘାଟନ କରିଛନ୍ତି। ସୂର୍ଯ୍ୟ ମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ୱରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟ୍ୟମରେ ଏହି ସୋ ପାଇଁ ବ୍ୟବସ୍ଥା ହୋଇଛି। ଶବ୍ଦ ଓ ଆଲୋକ ବଖାଣୁଛି ସୂର୍ଯ୍ୟ ମନ୍ଦିର ଇତିହାସ। ୪୦ମିନିଟ କାହାଣୀ ସୂର୍ଯ୍ୟ ମନ୍ଦିରରେ ପ୍ରଦର୍ଶିତ ହେଉଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ପ୍ରଭାତୀ ପରିଡା କହିଥିଲେ ଏହି ପ୍ରକଳ୍ପ ପାଇଁ ଚଳିତ ଆର୍ଥିକ ବର୍ଷରେ ୨୦୨୫-୨୬ରେ ସରକାର ଙ୍କ ତରଫରୁ ୬କୋଟି ୨୦ଲକ୍ଷ ୬ହଜାର ଟଙ୍କା ମଂଜୁର କରାଯାଇଛି। ଏହା କେବଳ ପ୍ରକଳ୍ପ ନୁହେଁ, ଏହା ହେଉଛି ଆମ ଐତିହ୍ୟ ପ୍ରତି ସରକାରଙ୍କ ସଂକଳ୍ପ, ପର୍ଯ୍ୟଟନ ପ୍ରତି ଦୃଷ୍ଟିଭଙ୍ଗୀ ଏବଂ ଭବିଷ୍ୟତ ପୀଢ଼ି ନିମନ୍ତେ ଏହାର ଗୌରବ ବହନ କରି ନେଇଯିବା ନିମନ୍ତେ ଆହ୍ୱାନ। ଓପନ ସାଉଣ୍ଡ ସିଷ୍ଟମରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପର୍ଯ୍ୟଟକ ମାନେ ଏହାକୁ ମନଭରି ଉପଭୋଗ କରିବେ। ଏକ କାଳୀନ ୨ ଶହ ରୁ ଅଧିକ ପର୍ଯ୍ୟଟକ ବସିବା ଭଳି ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ସୋ ଚାଲିବ। ଗ୍ରୀଷ୍ମ ଦିନରେ ସମୟ ପରିବର୍ତ୍ତନ କରାଯିବ। ଏହି ଉଦୁଘାଟନି ଉତ୍ସବ ରେ ଜଗତସିଂହପୁର ଏମପି ବିଭୁ ପ୍ରସାଦ ତରାଇ, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଧେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପର୍ଯ୍ୟଟନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
