Odia News Portal

ଦେହଜୀବୀଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ () ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଯୌନକର୍ମୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଏପରି ନିର୍ଦ୍ଦେଶକୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ୱାଗତ କରିଛନ୍ତି । ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପୂର୍ବରୁ ରାଜ୍ୟ ମାନବିକ ଅଧିକାର ମଧ୍ୟ ଯୌନକର୍ମୀଙ୍କୁ ସହାୟତାର ହାତ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।