Odia News Portal

ଭାଉଜର ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କଲା ନଣନ୍ଦ

ଭୁବନେଶ୍ୱର: ଅସହ୍ୟ ହେଲା ଭାଉଜର ନିର୍ଯାତନା । ଦୀର୍ଘଦିନ ହେବ ସହି ଆସୁଥିଲେ । ଶେଷରେ ବାଧ୍ୟହୋଇ ଜୀବନ ହାରିବାକୁ ନିଷ୍ପତି ନେଇଥିଲେ ନଣନ୍ଦ । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଲୋକେ ବଳପୂର୍ବକୁ ତାଙ୍କୁ ଉଦ୍ଧାର କରି ପୋଲିସ ହେପାଜତରେ ଛାଡ଼ିଥିଲେ ।

ଆଜି ଅପରାହ୍ନରେ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଯାଉଥିଲେ । ତେବେ ରାସ୍ତାରେ ଯାଉଥିବା ଲୋକେ ଦେଖିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଯୁବତୀ ଜଣକ ଜୋରରେ ଚିତ୍କାର କରି କହୁଥିଲେ କି, ମୋତେ ଛାଡ଼ିଦିଅ ମୁଁ ମରିବାକୁ ଚାହେଁ । ମୁଁ ଆଉ ଏ କଷ୍ଟ ସହିପାରୁନି । ପରେ ପଚାରୁ ପଚାରୁ ଜଣାପଡିଥିଲା ଯେ ଭାଉଜଙ୍କ ନିର୍ଯାତନା ଲାଗି ସେ ଏଭଳି ନିଷ୍ପତି ନେଇଥିଲେ ।