Odia News Portal

ପୁରୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲେ। ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ମେଡିକାଲକୁ ପଠାଯାଇଛି। ଜେଲ୍‌ ଭିତରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପ୍ତିରଞ୍ଜନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଜେଲ୍‌ କର୍ତ୍ତୃପକ୍ଷ କିମ୍ବା ପୁଲିସ ପକ୍ଷରୁ ଏଯାଏଁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ମଳିପାରିନାହିଁ।