Odia News Portal

ଆରମ୍ଭ ହେଲା ସ୍ୱାଧିକାର ଇଣ୍ଟର ସ୍କୁଲ ଖୋଖୋ ଚାମ୍ପିୟନସିପ୍

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜୁ ପଟ୍ଟନାୟକ ସ୍ପେର୍ଟ ଏକାଡେମୀ ଅଧୀନରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ଭାଗ ନେଇଛନ୍ତି । ପାଠ ପଢ଼ା ସହ ଖେଳକୁଦ ଛାତ୍ର ଛାତ୍ରୀଙ୍କ ନିହାତି ଆବଶ୍ୟକ । ଶାରିରୀକ ଫିଟନେଓ ଲାଗି କ୍ରୀଡ଼ା ନିତାନ୍ତ ଆବଶ୍ୟକ । ଏଭଳି ମହତ ଉଦ୍ଦେଶ୍ୟ ରଖି ଏହି ପ୍ରତିଯୋଗିତାର ଆୟୋଜନ କରିଛି ସ୍ୱାଧିକାର ନ୍ୟୁଜ୍ । ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବଦ୍ରିନାରାୟଣ ପାତ୍ର ମୁଖ୍ୟ ରେଫରୀ ଭାବେ ଖେଳକୁ ପରିଚାଳନା କରୁଥିବା ବେଳେ ଏସ.କେ ସଉକତ, ଆବୁ ଜାଲାଲ, ସେକ ଅବାସଙ୍କ ନେତୃତ୍ୱରେ ପରିଚାଳିତ ହେବ ।