Odia News Portal

ବାରବାଟୀ ମ୍ୟାଚ୍‌ ପ୍ରସ୍ତୁତି : ଜୁନ୍‌ ୧୨ରେ ଖେଳାଯିବ ଦ୍ୱିତୀୟ T20 ମ୍ୟାଚ୍‌

ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଜୁନ ୧୨ରେ ଫ୍ଲଡ୍‌ ଲାଇଟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ଏଥିପାଇଁ ସଜେଇ ହେଲାଣି ଷ୍ଟାଡିୟମ । ସୁରକ୍ଷା ଦୃଷ୍ଟିରୁ ଦର୍ଶକଙ୍କ ପାଇଁ ବନ୍ଦ ଥିବା ୬ ଓ ୭ ନମ୍ବର ଗ୍ୟାଲେରୀ ପୁଣି ଖୋଲିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ୨ଟି ଯାକ ଗ୍ୟାଲେରୀର ପୁନରୁଦ୍ଧାର କରାଯାଇଛି । ଦୁଇ ଗ୍ୟାଲେରୀକୁ ସେଫ୍ଟଟି ସାର୍ଟିଫିକେଟ ଦେଇଛି ଆଇଆଇଟି ଖଡ଼ଗପୁର ।

ସେହିପରି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଖେଳାଳିଙ୍କ ପାଇଁ ଦୁଇଟି ଡ୍ରେସିଂ ରୁମର ନବୀକରଣ କରାଯାଉଛି । ଟଚଲେସ୍‌ ଟଏଲେଟ, ଡିଜିଟାଲ ଲକର ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଗ୍ୟାଲେରୀଗୁଡିକରେ ଫାୟାର ରିଟେଣ୍ଡଣ୍ଟ କ୍ଲଥ ବ୍ୟବସ୍ଥା କରିବା ପାଇଁ ବିଚାର ବିମର୍ଷ କରୁଛି ଓସିଏ । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ରୁଜୁ ମାମଲା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଓସିଏ।