ଛୁଟିଦିନରେ ଆପଣ ଯଦି ଆଗ୍ରା ବୁଲିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି ୧୭ ଓ ୧୯ ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ୟ୍ୟଟକ। ଏହି ଅବସରରେ ପର୍ୟ୍ୟଟକ ତାଜମହଲ ଭିତରେ ଥିବା ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତ କବରକୁ ଅତି ନିକଟରୁ ଦେଖିପାରିବେ। ଯେଉଁଠାକୁ ସାଧାରଣ ଦିନମାନଙ୍କରେ ଯିବାକୁ ପର୍ୟ୍ୟଟକଙ୍କୁ ଅନୁମତି ମିଳି ନଥାଏ। ଏହି ତିନିଦିନ ପର୍ୟ୍ୟଟକଙ୍କୁ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତ କବରକୁ ଦେଖିବାର ସୁଯୋଗ ଦିଆଯାଉଛି।
ଉର୍ସ କମିଟିର ଅଧ୍ୟକ୍ଷ ଇବ୍ରାହିମ ଜୈଦିଙ୍କ କହିବାନୁସାରେ, ପ୍ରତିବର୍ଷ ଭଳି ଶାହାଜାହାନଙ୍କ ପୂର୍ଣ୍ଣତିଥି ଫେବୃଆରି ୧୭ରୁ ୧୯ ପର୍ୟ୍ୟନ୍ତ ଆୟୋଜିତ କରାଯିବ। ଏହି ତିନିଦିନ ପାଇଁ ଅର୍ଥାତ ଫେବୃଆରି ୧୭ରୁ ୧୯ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କୁ ତାଜମହଲ ମାଗଣାରେ ଦେଖିବାର ସୁଯୋଗ ପ୍ରଦାନ କରାଯାଉଛି।
ଉର୍ସର ଅର୍ଥ ହେଉଛି ‘କାହାର ପୁଣ୍ୟତିଥିରେ ପାଳନ କରାଯାଉଥିବା ଉତ୍ସବ’ ବା ଶ୍ରାଦ୍ଧବାର୍ଷିକୀ। ଉର୍ସର ମୁଖ୍ୟ ଆକର୍ଷଣ ସବୁବର୍ଷ ଭଳି ସର୍ବଧର୍ମ ସଦ୍ଭାବର ପ୍ରତୀକ ସତରଙ୍ଗୀ ଚାଦର ରହିବ। ୧,୪୫୦ ମିଟରର ଚାଦର ଶାହାଜାହାନଙ୍କ କବରରେ ଚଢ଼ାଯିବ। ଏହାପରେ ତାଜମହଲ ପ୍ରାଙ୍ଗଣରେ ଲଙ୍ଗର ବଣ୍ଟାଯିବ।
ଏହି ଅବସରରେ ଲକ୍ଷାଧିକ ପର୍ୟ୍ୟଟକ ତାଜମହଲ ଦେଖିବାକୁ ଆସି ପହଞ୍ଚିଥାଆନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ବ୍ୟବସ୍ଥା ବି କରାଯାଇଛି। ପୁଲିସ ଏଥିପ୍ରତି କଡ଼ା ନଜର ରଖିଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
