Odia News Portal

ବିଭିନ୍ନ କ୍ଷେତ୍ରରେ ପ୍ରଥମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟବାସୀଙ୍କୁ ନୀତି ଆୟୋଗର ପ୍ରଶଂସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ।

ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ୧୦୦ ପ୍ରତିଶତ କୋଭିଡ ଟିକାକରଣ, ଦେଶର ପ୍ରଥମ ସହର ଭାବେ ପୁରୀରେ ଟ୍ୟାପ୍ ଯୋଗେ ୨୪ ଘଂଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ସଫଳତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ କାନ୍ତ ।

କରିଛନ୍ତି । ଏଥିସହିତ ୨୦୧୮ରୁ ଜାତୀୟ ପୁରୁଷ ଓ ମହିଳା ହକି ଦଳକୁ ପ୍ରାୟୋଜକ କରିଆସୁଥିବାରୁ ବି ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ।