ମ୍ୟାଚ୍ ଜିତିବା ପରେ ହାତ ମିଶାଇଲାନି ଟିମ୍ ଇଣ୍ଡିଆ, ACC ନିକଟରେ ଅଭିଯୋଗ କଲା ପାକିସ୍ତାନ By Swadhikar News Last updated Sep 15, 2025 ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ୱିକେଟରେ ପାକିସ୍ତାନକୁ ହରାଇ ପ୍ରତିଶୋଧ ନେଇଛି ସୂର୍ଯ୍ୟବାହିନୀ । ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହିତ ହାତ ମିଳାଇନାହିଁ ଟିମ୍ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ ରାଗରେ ଫଁ ଫଁ ହେଉଛି । ମ୍ୟାଚ ରେଫରୀଙ୍କ ଉପରେ ସବୁ ରାଗ ସୁଜାଇଛି ପିସିବି । ଟିମ୍ ଇଣ୍ଡିଆ ବିରୋଧରେ ଏସିଆନ କ୍ରିକେଟ କାଉନସିଲ ନିକଟରେ ଅଭିଯୋଗ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ସେପଟେ ପାକିସ୍ତାନ କୋଚ କହିଛନ୍ତି, ଆମେ ପ୍ରସ୍ତୁତ ଥିଲୁ ହେଲେ ସେମାନେ ହାତ ମିଳାଇଲେ ନାହିଁ । ମ୍ୟାଚ୍ ହାରିବା ପରେ ପିସିବି ଏସିଆନ କ୍ରିକେଟ ପରିଷଦ ନିକଟରେ ଅଭିଯୋଗ କରିଛି । ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଭାରତୀୟ ଖେଳାଳିମାନେ ହାତ ନ ମିଳାଇ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିନାହାଁନ୍ତି । ଟିମ୍ ମ୍ୟାନେଜର ନବୀଦ ଅଖତର ଚିମା ଭାରତୀୟ ଟିମର ହାତ ନମିଳାଇବାକୁ ବିରୋଧ କରିଛନ୍ତି । ଏସିସି ନିକଟରେ ଅଭିଯୋଗ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଟସ୍ ସମୟରେ ସେ ଦୁଇ ଅଧିନାୟକଙ୍କୁ ହାତ ମିଳାଇବାକୁ କହିଥିଲେ । ସେପଟେ ପାକିସ୍ତାନ କୋଚ ମାଇକ୍ ହେସନ କହିଛନ୍ତି, ”ଖେଳ ସରିବା ପରେ ଆମ ଟିମ୍ ପ୍ରସ୍ତୁତ ଥିଲା ହେଲେ ସେମାନେ ହାତ ମିଳାଇଲେ ନାହିଁ । ସେମାନେ ଡ୍ରେସିଂ ରୁମ୍ ଡୋର ବନ୍ଦ କରିଦେଲେ । ଆମେ ମ୍ୟାଚ ହାରିବା ପରେ ନିରାଶ ଥିଲୁ କିନ୍ତୁ ପରେ ଏପରି ବ୍ୟବହାର ପାଇଁ ଅଧିକ ଅସନ୍ତୁଷ୍ଟ ଅଛୁ ।” ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରଥମ ଥର ଏସିଆ କପରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଖେଳାଳି କେବଳ ଖେଳ ଉପରେ ହିଁ ଧ୍ୟାନ ଦେଇଥିଲେ । ଫଳରେ ଟସ୍ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲମାନ ଆଘାଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ସେମିତି ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି, କୋଚ ଏବଂ ସହଯୋଗୀ ପଡ଼ିଆରେ ହାତ ମିଳାଇନଥିଲେ । ସୂର୍ଯ୍ୟକୁମାର ବିଶାଳ ଛକା ମାରି ଦଳକୁ ଜିତାଇବା ପରେ ଶିବମ ଦୁବେଙ୍କ ସହ ହାତ ମିଳାଇ ସିଧା ଡ୍ରେସିଂ ରୁମକୁ ପଳାଇ ଆସିଥିଲେ । ଏହାକୁ ନେଇ ପାକିସ୍ତାନ ଖେଳାଳିଙ୍କ ସହିତ ନାଗରିକମାନେ ଫଁ ଫଁ ହେଉଛନ୍ତି । ଆଉ ପିସିବି ଏସିସି ନିକଟରେ ଅଭିଯୋଗ କରିଛି । ମ୍ୟାଚ ପରେ ପ୍ରେସ କନଫରେନ୍ସରେ ସୂର୍ଯ୍ୟକୁମାର କହିଛନ୍ତି, ଆମ ସରକାର ଏବଂ ବିସିସିଆଇ ଏକମତ ରହିଛନ୍ତି । ଆମେ ଖେଳ ଖେଳିବାକୁ ଆସିଥିଲୁ ଏବଂ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛୁ । ସେହିପରି ପାକିସ୍ତାନ ଟିମ ଅଧିନାୟକ ମଦ୍ୟ ମ୍ୟାଚ୍ ସରିବା ପରେ ଉତ୍ସବରେ ଉପସ୍ଥିତ ନଥିଲେ । swadhikarswadhikar news Share